The Ultimate Managed Hosting Platform
ADVERTISEMENT

୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ : ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେବ । ସତ୍ୟଭାମାପୁର କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲରେ ମିଳିବ ଚିକିତ୍ସା ସୁବିଧା । ୨୯ ହଜାର ମେଡିକାଲରେ ମିଳିବ ଚିକିତ୍ସା ସୁବିଧା । ସାରା ଓଡ଼ିଶାରେ ୩ କୋଟି ୫୨ ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାରରୁ ଅଧିକ ପରିବାର ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ଯୋଜନାର ହିତାଧିକାରୀମାନଙ୍କୁ ଗୋଟିଏ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ । ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ବୟସରୁ ଅଧିକ ବୟସର ପ୍ରାୟ ୨୩ ଲକ୍ଷ ୧୩ ହଜାର ହିତାଧିକାରୀମାନେ ଅଲଗା ଭାବେ ଏକ ସ୍ୱତନ୍ତ୍ର କାର୍ଡ ପାଇବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login