The Ultimate Managed Hosting Platform
ADVERTISEMENT

୨ ଦିନ କସରତ ପରେ କାବୁହେଲା ଦୁର୍ଦ୍ଦାନ୍ତ ହନୁ

Facebook
Twitter
LinkedIn

ବାଲିପାଟଣା: ୨ ଦିନ କସରତ ପରେ ଗୁରୁବାର ସକାଳୁ ଦୁର୍ଦ୍ଦାନ୍ତ ହନୁକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନ ବିଭାଗ । ବାଲିପାଟଣା ଅଞ୍ଚଳରେ କିଛି ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ପାଗଳ ହନୁ ମାଙ୍କଡ଼କୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛନ୍ତି। ମାଙ୍କଡ଼ ନିସ୍ତେଜ ହେବା ପରେ ତାକୁ ଚିକିତ୍ସା ପାଇଁ ବନ କର୍ମଚାରୀ ନେଇ ଯାଇଥିବା ଜଣାପଡିଛି। ମାଙ୍କଡ଼ଟି ବହୁ ଲୋକଙ୍କୁ କାମୁଡି ଗୁରୁତର କରିଥିଲା। ବୁଧବାର ସକାଳୁ ୩ ଜଣଙ୍କୁ କାମୁଡି ଗୁରୁତର କରିଦେଇଥିଲା। ସେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଥିଲା।ଗତକାଲି ନନ୍ଦନକାନନ ଟିମ୍ ଦୀର୍ଘ ସମୟ ଚେଷ୍ଟା କରି ତାକୁ ଧରିବାରେ ବିଫଳ ହୋଇଥିଲେ। ଗୁରୁବାର ଦିନ ସକାଳେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ବନବିଭାଗର ଟିମ୍ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login