ଭୁବନେଶ୍ୱର : ରାଜ୍ୟର ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ୍ । ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬.୩୨ କୋଟି ବକେୟା ରହିଛି । ୧୦ ବର୍ଷରେ ୧୪ ଶିଳ୍ପ ସଂସ୍ଥାକୁ ୪୦୯୭.୭୬ କୋଟି ବକେୟା ଛାଡ ହୋଇଛି । ଏସବୁ ସଂସ୍ଥା ମଧ୍ୟରେ ଅଛନ୍ତି, ଜିନ୍ଦଲ, ବେଦାନ୍ତ ପରି ଶିଳ୍ପ ସଂସ୍ଥା। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି, ଜିନ୍ଦଲ ଷ୍ଟିଲକୁ ମଧ୍ୟ ୧୦୩ କୋଟି ଛାଡ଼ କରାଯାଇଛି, ଜେକେ ପେପର ମିଲକୁ ମଧ୍ୟ ୨୬ କୋଟି ର ବକେୟା ବିଲ ଛାଡ଼ କରାଯାଇଛି ବୋଲି ଗୃହରେ ଲିଖତ ଉତ୍ତର ରଖିଛନ୍ତି କେଭି ସିଂଦେଓ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।
୨୩ ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବିଜୁଳି ବିଲ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...