April 29, 2024 5:07 pm

The Ultimate Managed Hosting Platform
ADVERTISEMENT

୨୦୦ରୁ ଅଧିକ ରନ୍ କରି ମଧ୍ୟ ହାରିଲା ଟିମ୍ ଇଣ୍ଡିଆ : ଭାରତଠୁ ବିଜୟ ଛଡାଇନେଲେ ମିଲର-ଡର୍ ଡୁସେନ

Facebook
Twitter
LinkedIn

ନୂଆଦିଲ୍ଲୀ : କ୍ରମାନ୍ୱୟରେ ୧୨ଟି ଟି-ଟ୍ୱେଣ୍ଟି ଜିତିଥିବା ଟିମ୍ ଇଣ୍ଡିଆର ବିଜୟଧାରାରେ ବ୍ରେକ୍ ଲାଗିଛି । ୧୨ଟି ଟି-ଟ୍ୱେଣ୍ଟି ଜିତିଥିବା ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ସର୍ବାଧିକ ବିଜୟ ରେକର୍ଡରୁ ବଞ୍ଚିତ ହୋଇଛି । ଆଜି ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୭ ୱିକେଟ୍‌ରେ ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ୍ ବିନିମୟରେ ୨୧୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ମିଲର ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଯୁବ ଓପନର କିଷନ ଓ ଋତୁରାଜ ଗାଏକୱାଡ୍ ଦୃଢ ବ୍ୟାଟିଂ କରି ୫୭ ରନ୍ ସଂଗ୍ରହ କରିଥିଲେ ଗାଏକଓ୍ବର୍ଡ ୩ଛକା ବଳରେ ୨୩ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଆୟର ଅପରାଜିତ କିଷନଙ୍କ ସହ ମିଶି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ପଟୁ ଚୌକା ଓ ଛକାର ବର୍ଷା ହୋଇଥିଲା । କିଷନ ୩୩ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ପରବର୍ତ୍ତୀ ୪୦ଟି ବଲ୍‌ରେ ଉଭୟ ୮୦ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୩୭ ବେଳେ କିଷନଙ୍କ ୱିକେଟ୍‌ର ପତନ ଘଟିଥିଲା ।

ସେ ୪୮ଟି ବଲ୍‌ରୁ ୧୧ଚୌକା ଓ ୩ ଛକା ବଳରେ ୭୬ ରନ୍ କରିଥିଲେ । ଏତିକିରେ ଭାରତର ଆକ୍ରମଣ ଥମି ନଥିଲା । ମଧ୍ୟ ଭାଗରେ ଅପରାଜିତ ଆୟରଙ୍କ ସମେତ ପନ୍ତ ଓ ପାଣ୍ଡ୍ୟା ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ । ଆୟର ୨୭ଟି ବଲରୁ ୩୬(୧ଚୌକା, ୩ଛକା), ପନ୍ତ ୧୬ଟି ବଲ୍‌ରୁ ୨୬(୨ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ଫିଟ୍ ହୋଇ ଫେରିଥିବା ପାଣ୍ଡ୍ୟା ମାତ୍ର ୧୨ଟି ବଲ୍ ଖେଳି ୨ଚୌକା ଓ ୩ଟି ଛକା ବଳରେ ଅପରାଜିତ ୩୧ ରନ୍ କରିଥିଲେ । ୧୨୦ଟି ବଲ୍‌ରେ ୨୧୨ ରନ୍‌ର ଲକ୍ଷ୍ୟ ସହଜ ନଥିଲା । ଦକ୍ଷିଣ ଆଫ୍ରିକା ୨୨ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ଓପନର ତେମ୍ବା ବଭୁମା ୧୦ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଡ୍ୱେନ ପ୍ରିଟୋରିୟସ୍ ଅନ୍ୟ ଓପନର କ୍ୱିଣ୍ଟନ ଡି କକ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୧ରେ ପହଞ୍ଚାଇଥିଲେ । ପ୍ରିଟୋରିୟସ୍ ୧୩ଟି ବଲ୍‌ରୁ ୨୯(୧ଚୌକା, ୪ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଡି କକ୍‌(୨୨)ପାଭିଲିୟନ ଫେରିଥିଲେ । ୮୧ ରନ୍‌ରେ ୩ଟି ୱିକେଟ୍‌ର ପତନ ଘଟିଥିଲା ।

୬୮ ବଲ୍‌ରେ ବିଜୟ ପାଇଁ ୧୩୧ ରନ୍ ଆବଶ୍ୟକ ହେଉଥିଲା । ଘରୋଇ ଦଳର ବିଜୟ ଉଜ୍ଜ୍ୱଳ ଦେଖାଯାଉଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ବିଜୟ ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲା । ରାଶିଭାନ ଡର ଡୁସେନ ଓ ଡେଭିଡ୍ ମିଲର ଧୂଆଁଧାର ବ୍ୟାଟିଂ କରି ଭାରତ ଠାରୁ ବିଜୟ ଛଡ଼ାଇ ନେଇଥିଲେ । ୧୭ ଓଭର ଖେଳ ଖେଲ ଶେଷ ସୁଦ୍ଧା ଦଳୀୟ ସ୍କୋର ୧୭୮ରେ ପହଞ୍ଚି ଯାଇଥିଲା । ୩ଓଭରରେ ବିଜୟ ପାଇଁ ୩୪ ରନ୍ ଆବଶ୍ୟକ ଥିଲା । ୧୮ତମ ଓଭରରେ ଉଭୟ ୨୨ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ । ୧୨ ବଲ୍‌ରେ ୧୨ ରନ୍ ବାକି ଥିଲା । ୧୯ତମ ଓଭରରରେ ୮ ରନ୍ ସଂଗ୍ରହ ହୋଇଥିଲା । ୨୦ତମ ଓଭର୍‌ର ପ୍ରଥମ ବଲ୍‌ରେ ଡୁସେନ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ୫ଟି ବଲ୍ ବାକି ଥାଇ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଥିଲା । ଡୁସେନ୪୬ଟି ବଲ୍‌ରୁ ୭ଚୌକା ଓ ୫ଛକା ବଳରେ ୭୫ ଓ ମିଲର ୩୧ଟି ବଲ୍‌ରୁ ୬୪(୪ଚୌକା, ୫ଛକା) ରନ୍ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡିଆରେ ଭାଇରାଲ...

ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଉଧମପୁରରେ ମୋଦୀଙ୍କ ବଡ ଘୋଷଣା

ଓଡିଶାର ଅସ୍ମିତା ଏବଂ ଭାଷା ବିପଦରେ ଥିବା କହିଲେ ମୋଦି

ନୂଆଦିଲ୍ଲୀ : ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର । ଓଡ଼ିଆ ଅସ୍ମିତା ଓ ଭାଷା ପ୍ରତି ବିପଦ ରହିଛି। ଓଡ଼ିଶାର ସାଂପ୍ରତିକ ସ୍ଥିତିରେ...

ADVERTISEMENT

Login