ରେଢାଖୋଲ : କ୍ଷତିପୂରଣ ଦାବିରେ ୧୨ ଘଣ୍ଟା ପରେ ବି ଉଠି ପାରୁନି ମୃତଦେହ । ରେଢାଖୋଲ ଏନଏସି ୱାର୍ଡ-୬ ଚାଟୁଣୀ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ପରେ ପଡିରହିଛି ମୃତଦେହ । ଗତକାଲି ଧାନ କଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିର ଗାଁଲୋକ ଓ ପରିବାରଲୋକ ମୃତଦେହ ଧରି ଧାରଣା ଦେଇଛନ୍ତି । ଚାଟୁଣୀ ଗାଁର ୨୭ ବର୍ଷୀୟ ସୁରେନ୍ଦ୍ର ମୁଣ୍ଡା ଦିନ ମଜୁରିଆ ଭାବେ କାମ କରନ୍ତି । ଗତକାଲି ବଂଶାଜାଲ ଗାଁକୁ ଧାନ କାଟିବାକୁ ଯାଇଥିବାବେଳେ ମେସିନରେ କଟି ଗୁରୁତର ହୋଇଥିଲେ । ପ୍ରଥମେ ରେଢ଼ାଖୋଲ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହସିଲଦାର ଓ ଉପଜିଲ୍ଲାପାଳ ବୁଝାସୁଝା ପାଇଁ ଗାଁରେ ପହଞ୍ଚିଛନ୍ତି ।
Views: 36