The Ultimate Managed Hosting Platform
ADVERTISEMENT

୧୦ ମିନିଟରେ ୨୮ ହଜାର ଫୁଟ ତଳକୁ ଖସିଲା ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ରର ବିମାନ ୧୦ ମିନିଟରେ ୨୮୦୦୦ ଫୁଟ ତଳକୁ ଖସିବା ଯୋଗୁ ବିମାନଟି ଯାତ୍ରା ବାତିଲ କରି ବିମାନ ବନ୍ଦରକୁ ଫେରି ଆସିଛି । ବିମାନରେ କ୍ୟାବିନ ପ୍ରେସର ଦେଖାଯିବାରୁ ଏପରି ଘଟିଥିବା ପାଇଲଟ ପକ୍ଷରୁ କୁହାଯାଇଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଯୁକ୍ତରାଷ୍ଟ୍ରର ୫୧୦ ବିମାନ ବୁଧବାର ନ୍ୟୁଓ୍ଵର୍କରୁ ରୋମକୁ ଉଡାଣ ଭରିଥିଲା । ବିମାନଟି ନ୍ୟୁଆର୍କ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ସନ୍ଧ୍ୟା ୮ଟା ୩୭ ରେ ଉଡାଣ ଭରିଥିଲା, ହେଲେ ରାତ୍ର ୧୨ ଟା ୨୭ରେ ପୁନର୍ବାର ଉକ୍ତ ବିମାନ ବନ୍ଦରରେ ଅବତରଣ କରିଥିଲା । ବିମାନରେ କ୍ୟାବିନ ପ୍ରେସର ତ୍ରୁଟି ଦେଖା ଦେବାରୁ ବିମାନଟି ଆଉ ଯାତ୍ରା ନକରି ପୁନର୍ବାର ନ୍ୟୁଆର୍କକୁ ଫେରି ଆସିଥିଲା । ଏହି ତ୍ରୁଟି ଯୋଗୁ ବିମାନଟି ମାତ୍ର ୧୦ ମିନିଟରେ ୨୮,୦୦୦ ଫୁଟ ତଳକୁ ଖସି ଆସିଥିଲା । ବିମାନରେ ୨୭୦ ଜଣ ଯାତ୍ରୀଙ୍କ ସହ ୧୪ ଜଣ କ୍ରିଉ ମେମ୍ବର ଥିଲେ ବୋଲି ଯୁକ୍ତରାଷ୍ଟ ଏୟାର ଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି । ବିମାନଟି ଫେରି ଆସିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

ADVERTISEMENT
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

Login