April 27, 2024 3:07 pm

The Ultimate Managed Hosting Platform
ADVERTISEMENT

ୟୁଟ୍ୟୁବର ମୋନାଲିସାଙ୍କ ଆତ୍ମସମର୍ପଣ

Facebook
Twitter
LinkedIn

ଯାଜପୁର :ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର । ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଆତ୍ମସମର୍ପଣ କଲେ । ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ଉଭୟେ ଆତ୍ମସମର୍ପଣ କଲେ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ରେଞ୍ଜର । ବେଆଇନ ଭାବେ ବଣ୍ୟଜନ୍ତୁଙ୍କୁ ରଖି ଭିଡିଓ ପୋଷ୍ଟ ଅଭିଯୋଗ ରହିଛି । ମୋନାଲିସା ବେଆଇନ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ।
ଏନେଇ ବନ ବିଭାଗ ତାଙ୍କୁ ବାରମ୍ବାର ତାଗିଦ କରିଥିଲା। ଏପରି କରିବେ ନାହିଁ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ବାରମ୍ବାର ନିୟମ ଉଲ୍ଲଘଂନ କରିଥିଲେ। ଏପରିକି ମାଙ୍କଡ ନେଇ ରାଜ୍ୟ ବାହାରକୁ ମଧ୍ୟ ଯାଇଥିଲେ। ଏନେଇ ଅଭିଯୋଗ ପରେ ବନବିଭାଗ ଗତ ୨୪ ତାରିଖରେ ଚଢ଼ାଉ କରିଥିଲା। ଏହି ସମୟରେ ଦମ୍ପତି ଫେରାର ଥିଲେ। ଚଢ଼ାଉ ସମୟରେ ଏକ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜିଠୁ ପ୍ରବଳ ଖରା : ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

୪ ଦିନ ହେଭି ୱେଟ !

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଲାଗି ରହିବ ହିଟ୍ ୱେଭ ସ୍ଥିତି । ହିଟ୍ ୱେଭ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା...

Login