The Ultimate Managed Hosting Platform
ADVERTISEMENT

ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ହେଲେ ଜାତୀୟ ସ୍ତରର କ୍ରୀଡାବିତ , କିକ୍ ବକ୍ସିଂରେ ଉମରକୋଟର ଉବେଦଙ୍କୁ ରୌପ୍ୟ ପଦକ ହାସଲ

Facebook
Twitter
LinkedIn

ଉମରକୋଟ (ବିଶ୍ୱଜିତ ମଲ୍ଲିକ) : ଉମରକୋଟର ଜଣେ ୧୭ ବର୍ଷର ଯୁବକ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଶାର ସୁନାମ ଅର୍ଜନ କରିଛନ୍ତି। ଯୁବକଙ୍କ ନାମ ହେଲା ମହମ୍ମଦ ଉବେଦ ହିଙ୍ଗୋର। ହରିଆନାର ରତକ ଠାରେ ଥିବା ଏମଡି ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ୬ଷ୍ଠ ଜାତିୟ ସ୍ତର କିକ ବକ୍ସିଂ (ମଇଥାଇ) ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି।୨୩ ବର୍ଷରୁ କମ ବୟସ୍କ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷରୁ ୮୦୦ ରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାରୁ ମୋଟ ୧୭ ଜଣ କ୍ରୀଡା ବିତ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାରୁ ୫ ଜଣ କ୍ରୀଡାବିତ ରୌପ୍ୟ ପଦକ ହାସଲ କରିଥିଲେ ସେମାନଙ୍କ ମଧ୍ୟରୁ ଉବେଦ ଅନ୍ୟତମ। ଉବେଦ ବର୍ତମାନ ଉମରକୋଟ ଗୁରୁକୃପା ପବ୍ଲିକ ସ୍କୁଲରେ ଯୁକ୍ତ ୨ ରେ ପାଠ ପଡୁଥିଲେ। ସେ ଯଦି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇ ପାରିଥାଆନ୍ତେ ବୋଲି କୁହନ୍ତି ଉବେଦ। ସେ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ସ୍ଵର୍ଣ୍ଣ ପଦକ ହାସଲ କରି ଆନ୍ତର୍ଜାତିକ ସ୍ତରରେ ଅଂଶ ଗ୍ରହଣ କରିବା ମୋ ଲକ୍ଷ ବୋଲି କହିଛନ୍ତି ଉବେଦ। ଯେହେତୁ ଉମରକୋଟ ଠାରେ କୀକ୍ ବକ୍ସିଂ ରେ କେହି କୋଚ ନାହାନ୍ତି ସେ ନିଜ ମୋବାଇଲର ୟୁଟ୍ୟୁବରେ ଶିକ୍ଷା ଗ୍ରହଣ କରି ଆଜି ସେ ଜଣେ ଆଜି ଜାତୀୟ ସ୍ତରରେ ଜଣେ କ୍ରୀଡାବିତ ହେବାରେ ସଫଳ ହେଇଛନ୍ତି। ଉବେଦଙ୍କୁ ଯଦି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଡେଇ ଥାଆନ୍ତା ତେବେ ସେ ଆହୁରି ଅଧିକ ଉଚ୍ଚ ସ୍ଥାନକୁ ଯାଇ ଓଡ଼ିଶାର ସୁନାମ ଅର୍ଜନ କରିଥାନ୍ତେ। ଏଥି ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ପକାଇବା ପାଇଁ ସଧାରଣ ରେ ଦାବି ହେଉଛି। ଉବେଦଙ୍କ ଏହି ସଫଳତା ପରେ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...

ADVERTISEMENT
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ

ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...

Login