ଉମରକୋଟ (ବିଶ୍ୱଜିତ ମଲ୍ଲିକ): ଆଜି ଉମରକୋଟ ବ୍ଳକ ସଭାଗୃହ ଠାରେ ବ୍ଳକ ଓ ପୌର ପରିଷଦରର ମିଳିତ ଆନୁକୁଲ୍ୟରେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିପିଓ ପାଣ୍ଡିଆ ପାପୁଲୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ପରିସ୍ଥିତିର ମୁକାବିଲା କରାଯିବ, ଗର୍ଭବତୀ ଏବଂ ଶିଶୁଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ସେମାନଙ୍କର ସଠିକ ଯତ୍ନ ନିଆଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏହି କାର୍ୟ୍ୟକ୍ରମ ରେ ତହସିଲଦାର ମେଘବାନ ବାଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ, ପୈାର ପରିଷଦ ପକ୍ଷରୁ ଡମ୍ବରୁଧର ମାଝୀ,ଓ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଓ ଉମରକୋଟ ପୈାର ପରିଷଦ ବାତ୍ୟା ଆଶ୍ରୟସ୍ଥଳୀ ର ସମ୍ପାଦକ କୁନାସାହୁପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିପିଓ ପାଣ୍ଡିଆ ପାପୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉମରକୋଟ ଠାରେ ବ୍ଳକ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











