The Ultimate Managed Hosting Platform
ADVERTISEMENT

ୟୁକ୍ରେନ ଉପରେ ପୁଣି ଋଷିଆର ଜୋରଦାର ମିସାଇଲ ଆକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ପୁଣି ଜୋରଦାର ମିସାଇଲ ଆକ୍ରମଣ କରିଛି ଋଷିଆ। କିଭ୍ ଓ ୟୁକ୍ରେନର କିଛି ସ୍ଥାନରେ ଥିବା ବିଦ୍ୟୁତ କେନ୍ଦ୍ର ଉପରେ ମିସାଇଲ ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନର ପୂର୍ବ, ପଶ୍ଚିମ ଓ କେନ୍ଦ୍ରାଞ୍ଚଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ମିସାଇଲ ଆକ୍ରମଣରେ ୧୮ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସେହିପରି ଗତକାଲି ରାତିରେ ୟୁକ୍ରେନର ବିଭିନ୍ନ ସହର ଉପରେ ଜୋରଦାର ହମଲା କରିଥିଲା ଋଷ। ଏଥିରେ ଖେରସେନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯୁଦ୍ଧର ଏହି ଭୟାବହ ପରିସ୍ଥିତି ମଧ୍ୟରେ ପୋଲାଣ୍ଡ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଛି। ଏବଂ ଭବିଷ୍ୟତରେ ଆଉ ଯୋଗାଇବ କି ନାହିଁ ସେନେଇ ବି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login