ନୂଆଦିଲ୍ଲୀ : ମାରୁତି ଗୋଦାମରେ ଭୟଙ୍କର ନିଆଁ ଲାଗି ୧୬ଟି କାର୍ ଜଳି ପାଉଁଶ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଙ୍କିଛି ଏପରି ଅଘଟଣ । ଶୁକ୍ରବାର ସକାଳେ ପୁରୁଣା ଜିଟି ରୋଡ୍ ନିକଟସ୍ଥ ଏହି ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ମିଳିଥିବା ସୂଚନା ମୁତାବକ, ୧୧ କେଭି ବିଦ୍ୟୁତ୍ ତାର ହଠାତ୍ ଛିଣ୍ଡି ପଡ଼ି ସେଠାରେ ଥିବା କାର୍ଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ କାର୍ ଭିତରେ ଥିବା ସିଏନ୍ଜି ସିଲିଣ୍ଡର ଫାଟିଯିବାରୁ ଜୋର୍ଦାର ବିସ୍ଫୋରଣ ହୋଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା କାର୍ଗୁଡ଼ିକ ଏହା ସଂସ୍ପର୍ଶରେ ଆସିଯାଇଥିଲା। ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବା କାର୍ଗୁଡ଼ିକର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଖବର ପାଇ ଆଖପାଖର ୫ଟି ଷ୍ଟେସନରୁ ୭ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। କୁହାଯାଉଛି, ଗ୍ୟାରେଜ୍ରେ ୪୦୦ ଗାଡ଼ି ଥିଲା। ଅଗ୍ନିଶମ ବାହିନୀ ୨ ଘଣ୍ଟା କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।
Views: 112











