The Ultimate Managed Hosting Platform
ADVERTISEMENT

‘ୟାରିୟାଁ ୨’ର ପ୍ରଥମ ଗୀତ ରିଲିଜ୍, ଅକ୍ଟୋବର ୨୦ରେ ମୁକ୍ତିଲାଭ କରିବ ଫିଲ୍ମ

Facebook
Twitter
LinkedIn

ମୁମ୍ବାଇ : ଅକ୍ଟୋବର ୨୦ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ୟାରିୟାଁ ୨’ ଏହାର ପ୍ରଥମ ଗୀତ ‘ସୋରେ ଘର’ ରିଲିଜ୍ କରିଛି । ଏହା ବର୍ଷର ସବୁଠାରୁ ସୁନ୍ଦର ମ୍ୟୁଜିକାଲ୍ ଏକ୍ସଟ୍ରାଭାଗାଞ୍ଜା ହୋଇଛି, ଯାହାକୁ ଶୁଣିବା ମାତ୍ରେ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ମନ ହେବ । ତେବେ ଗୀତଟିକୁ ଶୁଣିବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଛନ୍ତି । ‘ସୋରେ ଘର’ ଗୀତଟିକୁ ମନନ ଭରଦ୍ୱାଜ ଲେଖିଛନ୍ତି ଏବଂ ବିଶାଲ ମିଶ୍ର ଓ ନୀତି ମୋହନ ଏହାକୁ ଗାଇଛନ୍ତି । ଏହି ଗୀତ ସମସ୍ତ ବୟସର ଲୋକଙ୍କୁ ଭଲ ଲାଗିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ୟାରିୟାଁ ୨’ର ଗୀତ ‘ସୋରେ ଘର’ ବର୍ତ୍ତମାନ ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳୁଛି । ଗୁଲଶାନ କୁମାର, ଟି-ସିରିଜ୍, ରାଓ ଏବଂ ସାପ୍ରୁଙ୍କ ପ୍ରଡକ୍ସନରେ ‘ୟାରିୟାଁ ୨’ ଫିଲ୍ମ ନିର୍ମାଣ ହୋଇଛି । ‘ୟାରିୟାଁ ୨’ରେ ଦିବ୍ୟା ଖୋସଲା କୁମାର, ମେଜାନ ଜାଫ୍ରି, ପଲ୍ଲବୀ ପୁରୀ, ୟଶ ଦାଶଗୁପ୍ତା, ଅନସ୍ୱାରା ରାଜନ, ଓ୍ଵାରିନା ହୁସେନ, ପ୍ରିୟା ଓ୍ଵାରିଅର ପ୍ରମୁଖ କଳାକାର ନଜର ଆସିବାକୁ ଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login