The Ultimate Managed Hosting Platform
ADVERTISEMENT

ହୋଲି ପାଇଁ କମିଶନରେଟ ପୋଲିସର ଗାଇଡଲାଇନ, ମଦ ପିଇ ହୋଲି ଖେଳିଲେ ବନ୍ଧାହେବେ

Facebook
Twitter
LinkedIn

ଭୁବନେଶ୍ୱର : ହୋଲି ପାଇଁ କମିଶନରେଟ ପୋଲିସର ଗାଇଡଲାଇନ । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ କହିଲେ ଭୁବନେଶ୍ୱର ଡିସିପି । ମଦ୍ୟପାନ କରି କୈାଣସି ନଦୀ, ପୋଖରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ ପିସିଆର । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ ରଙ୍ଗ ବାରଣ । ହୋଲି ଓ ଦୋଳକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ରେଞ୍ଜ ଡିଆଇଜି, ଏସପି ମାନଙ୍କୁ ମଧ୍ୟ ଗାଇଡ ଲାଇନ୍ ଜାରି କରାଯାଇଛି । ଏହା ସହିତ ସବୁ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଷ୍ଟ୍ରଇକିଂ ଫୋର୍ସ ମୁତୟନ ହେବେ । ଏଥିପାଇଁ ରିଜର୍ଭ ପୋଲିସ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login