The Ultimate Managed Hosting Platform
ADVERTISEMENT

ହୋଟେଲ ମେଳି ନେଇ ନବୀନଙ୍କ ତାଗିଦ୍ : ବରିଷ୍ଠଙ୍କ ନା ପସନ୍ଦ । ପ୍ରଫୁଲ୍ଲ କହିଲେ, ନାଲି ଆଖି ଦେଖାଇ ପାରିବ ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନେତାଙ୍କ ହୋଟେଲ ମେଳି ନେଇ ନବୀନଙ୍କ ତାଗିଦ ପ୍ରସଙ୍ଗ । ବରିଷ୍ଠ ବିଜଡେି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବଡ ବୟାନ । ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ । ଆମେ କେତେବେଳେ କେଉଁଠି ବସିବବୁ ବ୍ୟକ୍ତିଗତ କଥା । ଆମେ ହୋଟେଲରେ ବସିପାରିବୁନି କହିବା ଠିକ ନୁହେଁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନ ଯିବୁ । ଆମେ କେହି ଚାକିରି କରୁନୁ , ଆମର ବୟସ ହେଲାଣି । ଆମ ମନ ଯେତେବେଳେ ହେଲା ସେଠି ବସିବୁ । ସେହିପରି ପାଣ୍ଡିଆନକୁ ଚ୍ୟାଲେଞ୍ଜ କରି ପ୍ରଫୁଲ୍ଲ କହିଛନ୍ତି ଯେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଜ୍ଝ ଯଦି ହସ୍ତକ୍ଷେପ କରୁନାହାନ୍ତି ସ୍ପଷ୍ଟ କରନ୍ତୁ । ଉଲ୍ଲେଖ ଥାଉ କି ତିନିଦିନ ତଳେ ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇ ନବୀନ କହିଥିଲେ ଯେ କାର୍ତ୍ତିକେୟନ୍ ପାଣ୍ଡିଆନ ଉଭୟ ଦଳ ଓ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ସେ ୧୦ ମାସ ହେଲା ବିଜେଡି ଛାଡ଼ି ସାରିଛନ୍ତି। ସେ ଦଳର କୌଣସି କାମରେ ସଂପୃକ୍ତ ନାହାନ୍ତି। ତେଣୁ ବିଜେଡିର କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login