ସାଲେପୁର : ହୋଟେଲ ଉପରକୁ ମାଡିଗଲା ଟ୍ରକ । ଗତକାଲି ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ଶିଶୁ ବଜାର ସ୍ଥିତ ଏକ ହୋଟେଲ ଉପରକୁ ୧୮ ଚକିଆ ଟ୍ରକ ମାଡ଼ି ଯାଇଥିଲା । ଜଣେ ହୋଟେଲ କର୍ମଚାରୀ ମୃତ, ୨ ଆହତ । ଏଥିରେ ହୋଟେଲ ଭାଙ୍ଗି ଯିବା ସହ ଅନେକ ଜିନିଷ ପତ୍ର ନଷ୍ଟ ହୋଇଛି । ଏହି ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Views: 15