ବାଲେଶ୍ୱର : ହୋଟେଲ ରୁମ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ଉଦ୍ଧାର । ଯୁବକଙ୍କ ସହ ଥିବା ଫେରାର ଯୁବତୀକୁ ଖୋଜୁଛି ପୋଲିସ । ମୃତକ ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ। ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁସାରେ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ଅନ୍ୟଜଣେ ଯୁବକ ଓ ଯୁବତୀ ରହିଥିଲେ । ଦୁଇ ଦିନ ତଳେ ନକଲି ପରିଚୟ ପତ୍ର ଦେଇ ସମସ୍ତେ ହୋଟେଲରେ ରହିଥିଲେ । ଗତକାଲି ରୁମ୍ ନ ଖୋଲିବାରୁ ସନ୍ଦେହ କରି ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି ।
Views: 35











