ସେମିଳିଗୁଡା : କୋଟିପତି ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ବାବୁଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ଠାବ ହୋଇଥିଲା । ନଗଦ ୯.୨୮ ଲକ୍ଷ ଟଙ୍କା ଓ ୬୭.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା । ୨ ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ମିଳିଥିଲା ୧୨କୋଟି ମୂଲ୍ୟର ଗହଣା, ବିଡ଼ାବିଡ଼ା ଟଙ୍କା । ୯ଲକ୍ଷ ୨୮ହଜାର ଟଙ୍କାର ନଗଦ କ୍ୟାସ୍ ମିଳିଥିଲା । ବିଟ୍ କଏନରେ ଇନଭେଷ୍ଟ କରିଥିଲେ ଦେଢ଼ ଲକ୍ଷ । ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମିଶାଇ ମିଳିଛି ୬୪ଲକ୍ଷ ଟଙ୍କା । ସୌଖୀନ ସାମଗ୍ରୀରେ ଘର ଭର୍ତ୍ତି ହୋଇଛି । ଗତକାଲି ଭୁବନେଶ୍ୱର ସମେତ ଜଗତସିଂହପୁର ଓ କୋରାପୁଟର ପାଞ୍ଚଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ । ୬୨୫ଟଙ୍କାରେ ଚାକିରି ଆରମ୍ଭ କରିଥିବା ଫରେଷ୍ଟର ନିରଞ୍ଜନ କୁବେରପୁରୀ ଭଳି ଘର କରିଥିଲେ ।
Views: 72











