ନୂଆଦିଲ୍ଲୀ : ଭାରତର ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା ଲୁଚିଲୁଚି ବିବାହ କରିବା ଘଟଣା ଚର୍ଚ୍ଚାରେ ରହିଛି।ଗତ ରବିବାର ହିମାନିଙ୍କ ସହିତ ନୀରଜ ଚୋପ୍ରାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ଖୁସି ଖବରକୁ ନୀରଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ।ସେ ତାଙ୍କ ସୋସିଆଲ ମିଡିଆ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏବଂ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରି ଲେଖିଥିଲେ, ‘ଜୀବନର ନୂଆ ଅଧ୍ୟାୟ ଆରମ୍ଭ ପରିବାର ସହିତ। ଆମକୁ ମିଳିଥିବା ପ୍ରତିଟି ଆର୍ଶୀବାଦ ପାଇଁ ମୁଁ କୃତଜ୍ଞ। ସମସ୍ତଙ୍କ ଆର୍ଶୀବାଦ ପାଇଁ ଆମେ ଆଜି ଏକାଠି ହୋଇପାରିଛୁ।ପ୍ରକାଶିତ ରିପୋର୍ଟ ମୁତାବକ, ନୀରଜ ହିମାନିଙ୍କୁ ବିବାହ କରିବା ସମୟରେ ମାତ୍ର ୧ଟଙ୍କା ଯୌତୁକ ବାବଦକୁ ଗ୍ରହଣ କରିଥିଲେ। ଏହା ବ୍ୟତୀତ ଯୌତୁକ ବାବଦକୁ ସେ କୌଣସି ପ୍ରକାର ଦାବି କରି ନଥିଲେ ।ବିବାହକୁ ଅତି ସାଧାରଣଶୈଳୀରେ ଆୟୋଜନ କରିଥିଲେ।
Views: 38