କୋଲକତା : ପଶ୍ଚିମବଂଗରେ ଇଣ୍ଡି ମେଣ୍ଟର ପରିସମାପ୍ତି । ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଘୋଷଣା କରିଛନ୍ତି ପ୍ରାର୍ଥୀଙ୍କ ନାଂ । । କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହେବାପରେ ଟିଏମ୍ସି ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟରେ ଇଣ୍ଡି ମେଣ୍ଟର ପତନ କଂଗ୍ରେସର ସଙ୍କଟ ବଢ଼ାଇ ଦେଇଥିବା ବେଳେ ବିଜେପି ପାଇଁ ରାସ୍ତା ସୁଗମ ହୋଇଥିବା କୁହାଯାଉଛି। ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ବହରମପୁର ଆସନରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚିତ ହୋଇଆସୁଥିବା ବେଳେ ଏଥର ତାଙ୍କ ବିରୋଧରେ ଟିଏମ୍ସି କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛି। ଟିଏମ୍ସି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି ଯେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟରେ ମେଣ୍ଟରୁ ଅଲଗା ହୋଇଯାଇଛନ୍ତି। ଆସନସୋଲ ଆସନରୁ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ଦୁର୍ଗାପୁରରୁ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ଟିଏମ୍ସି ପ୍ରାର୍ଥୀ କରିଛି। ବଶିରହାଟ ଲୋକସଭା ଆସନରୁ ଅଭିନେତ୍ରୀ ନୁସରତ ଜାହାଁ ଏବଂ ଯାଦବପୁର ଆସନରୁ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ଟିକେଟ କଟିବା ଚର୍ଚ୍ଚାର ବିଷୟ ପାଲଟିଛି। ଜଳପାଇଗୁଡ଼ିରୁ ନିର୍ମଳ ଚନ୍ଦ୍ର ରାୟ ପ୍ରାର୍ଥୀ ହୋଇଥିବା ବେଳେ ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣ କଲ୍ୟାଣୀ, ବାଲୁରଘାଟରୁ ବିପ୍ଳବ ମିତ୍ର, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହନୱାଜ ଅଲ୍ଲୀଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ କୃଷ୍ଣନଗରରୁ ମହୁଆ ମୋଇତ୍ରା, ରାଣାଘାଟରୁ ମୁକୁଟ ମଣି ଅଧିକାରୀ, ଦମଦମରୁ ସୌଗତ ରାୟ, ବୀରଭୂମରୁ ଶତାବ୍ଦୀ ରାୟ, ହୁଗୁଳିରୁ ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ଡାଇମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଆଜି ଏକ ବିଶାଳ ରାଲି କରିଛନ୍ତି। ଏହାର ନାମ ‘ଜନ ଗର୍ଜନ ସଭା’ ରଖାଯାଇଥିଲା। ଟିଏମସି ସାଧାରଣ ସମ୍ପାଦକ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଏହି ରୢାଲିରେ ଉଦ୍ବୋଧନ ଦେଇଥିଲେ। ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରେ ଟିଏମ୍ସି ପ୍ରାର୍ଥୀଙ୍କ ବିଜୟ ପାଇଁ ଆମେ ସଂକଳ୍ପବଦ୍ଧ।
ହୁଗୁଳିରୁ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







