The Ultimate Managed Hosting Platform
ADVERTISEMENT

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

Facebook
Twitter
LinkedIn

ରିଆମାଳ : ଦେବଗଡ଼ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ। ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମରେ ବିଳମ୍ବିତ ରାତିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତା ହେଉଛନ୍ତି ଦିଗାମ୍ବର ବେହେରାଙ୍କ ଧର୍ମପତ୍ନୀ କୁନି ବେହେରା ।ଗତକାଲି ରାତିରେ ଦୁଇ ଦନ୍ତା ହାତୀ ଆସି ଗାଁରେ ଉପଦ୍ରବ କରି ଚାଲିଥିବା ବେଳେ ମୃତକଙ୍କ ବାଡ଼ିରେ କରାଯାଇ ଥିବା ମକା ଚାଷ କିଆରିରେ ପଶି ଖାଉଥିଲେ। ଘରେ ବନ୍ଧା ହୋଇଥିବା ଗୋରୁ, ଗାଈଙ୍କୁ ରଡ଼ି ଛାଡ଼ିବାରୁ କୁନି ଜାଣି ପାରି ଆସି ଦୁଇ ହାତୀଙ୍କୁ ଦେଖିଥିଲା। ଏହି ସମୟରେ ହାତୀ କବଳରୁ ରକ୍ଷା ପାଇଁ ଗୋରୁଗାଈମାନଙ୍କୁ ଛାଡ଼ି ଦେଉଥିବା ବେଳେ ଗୋଟିଏ ହାତୀ ଦୌଡ଼ି ଆସି କୁନିଙ୍କୁ ଦଳି, କଚାଡ଼ି ଫିଙ୍ଗିଦେଲା ।ଗୁରୁତର ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ପଠାଇଥିଲେ। ଅନୁଗୁଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ହାତୀ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login