The Ultimate Managed Hosting Platform
ADVERTISEMENT

ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

Facebook
Twitter
LinkedIn

ବଣାଇଁ : ହାତୀ ମଣିଷ ଲଢେଇରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡର ତାମଡା ରେଞ୍ଜ ଅନ୍ତର୍ଗତ ଜାମଦର ଗ୍ରାମର ଗୋବରଦରା ସାହିରେ ଘଟିଛି ଅଘଟଣ । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଗୋବରଦରା ଗ୍ରାମର ଖୁଦରାଏ ମୁଣ୍ଡାରୀ ସେ ନିକଟସ୍ଥ ଜମି ଆଡକୁ ଶୌଚ କରିବା ପାଇଁ ପଦାକୁ ଯାଇଥିଲେ ଆଉ ସେହି ସମୟରେ ଜଙ୍ଗଲ ଆଡୁ ହାତୀଟି ଆସି ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରିଥିଲା। ହାତୀ ତୀଟି ଶୁଣ୍ଢରେ ଖୁଦ ରାଏଙ୍କୁ କଚାଡି ଥିବା ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଦେଖୁଥିଲେ । ପରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login