ନୂଆଦିଲ୍ଲୀ : ଆଗ୍ରା-ଦିଲ୍ଲୀ ହାଇୱେରେ ଶୁକ୍ରବାର ମଧ୍ୟ ରାତିରେ ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଗାଡିରେ ଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଜେଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇଥିଲା । ଢାବାକୁ ଖାଇବା ପାଇଁ ଯାଉଥିବା ଟ୍ରକ୍ ଡ୍ରାଇଭରକୁ ଧକ୍କା ଦେଇ ରାସ୍ତା କଡରେ ଥିବା ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଯାହ ଫଳରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା । ସୂଚନା ମୁତାବକ, ଏହି ଘଟଣା ପ୍ରାୟ ରାତି ୨ଟାରେ ଚୌଧୁରୀ ଡାବା ପାଖାପାଖି ହୋଇଛି । ତେବେ ଅଲିବାଗରୁ କାର ଡ୍ରାଇଭର ୫ ଜଣ ସାଙ୍ଗଙ୍କ ସହ କୋକିଲାବନକୁ ଶନିଦେବଙ୍କ ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ ଡ୍ରାଇଭର ଜଣକ ବିହାରର ଛପରା ଜିଲ୍ଲାର ସୋନୋହ ଗ୍ରାମର ବାସ କରୁଥିବା ଅଜିତ କୁମାର ରାସ୍ତା କଡରେ ଟ୍ରକ୍ ରଖି ଖାଇବା ପାଇଁ ଯାଇଥିବା ସମୟରେ କାରଟି ନିୟନ୍ତ୍ରଣ ହରାଇ ଟ୍ରକ୍କୁ ଧକ୍କା ଦେଇଥିଲା ।
Views: 89