The Ultimate Managed Hosting Platform
ADVERTISEMENT

ମୋଦି ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

Facebook
Twitter
LinkedIn

ନୂଆଦିଲ୍ଲୀ : ସମସ୍ତଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ମୋଦି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ। ରିପୋର୍ଟରେ କୁହାଯାଇଛି, ପିଏମ୍ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ଡିସଆପ୍ରୁଭାଲ ବା ଗ୍ରହଣୀୟ ନୁହନ୍ତି ପଏଣ୍ଟ ସଂଖ୍ୟା ମାତ୍ର ୧୮%। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟଙ୍କ ଠାରୁ ମୋଦିଙ୍କୁ ରେଟିଂ ପଏଣ୍ଟ ୧୨% ଅଧିକ। ତାଙ୍କ ରେଟିଂ ପଏଣ୍ଟ ୬୪% ରହିଛି। ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login