The Ultimate Managed Hosting Platform
ADVERTISEMENT

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ , ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

Facebook
Twitter
LinkedIn

ନୂଆଦିଲ୍ଲୀ : ଶିଶୁ ଚୋରି ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ନବଜାତ ଚୋରି ମାମଲାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବା ଉଚିତ । ଯେଉଁ ହସପିଟାଲରୁ ପିଲା ଚୋରି ହେଉଛି, ପ୍ରଥମେ ସେହି ହସପିଟାଲର ଲାଇସେନ୍ସ ରଦ୍ଦ ହେବା ଜରୁରୀ । ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରୁ ଶିଶୁ ଚୋରି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଶିଶୁ ଚୋରି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏଭଳି ଅପରାଧକୁ ରୋକିବାକୁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ୨୦୨୦ ସୁଦ୍ଧା ଦେଶର ୩୬ହଜାର ଶିଶୁଙ୍କ ପତ୍ତା ମିଳୁନଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଶିଶୁପୁତ୍ର ଇଚ୍ଛା କରି, ଉତ୍ତରପ୍ରଦେଶର ଏକ ଦମ୍ପତ୍ତି ଶିଶୁ ଚୋରି ରାକେଟ ଠାରୁ ୪ଲକ୍ଷ ଟଙ୍କାରେ ଶିଶୁ କିଣିଥିଲେ । ଏଭଳି ଅପରାଧୀ ସମାଜ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଥାନ୍ତି ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login