ବଲାଙ୍ଗିର :ହଷ୍ଟେଲରୁ ଭିତରୁ ନବମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଣ୍ଟାବାଞ୍ଜି ଥାନା ହିଆଁଲ ଗାଁରେ ଥିବା ଏକ ହଷ୍ଟେଲରୁ ଉଦ୍ଧାର । ମୃତ ଛାତ୍ର ବେଲପଡା ଥାନା ଅଞ୍ଚଳର । ମୃତ ଛାତ୍ର ହେଲେ ଆଦର୍ଶ ସେଠ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ କହିଛି ଆଦର୍ଶ ସେଠ ନାମକ ଛାତ୍ର ଜଣକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଳପଡ଼ା ଅଞ୍ଚଳର ହୋଇଥିବା ବେଳେ ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜିସ୍ଥିତ ଲାୟନ୍ସ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ।ନୂଆଁଖାଇ ଛୁଟିରେ ଗାଁକୁ ଯାଇଥିବା ବେଳେ ଗତ ୩ ତାରିଖ ଦିନ ସେ ହଷ୍ଟେଲକୁ ଫେରିଥିଲେ। ଶନିବାର ଦିନ ଛାତ୍ର ଜଣକର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
Views: 48