ନୂଆଦିଲ୍ଲୀ : ହରିଆଣା ଗୁରୁଗ୍ରାମରେ ଏଥରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ସେଠାରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ଅଭିନେତା ରାଜ ବବର । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ । ୨୦୦୯ରୁ ବର୍ତ୍ତମାନ ଯାଏ ସାଂସଦ ଅଛନ୍ତି ରାଓ ଇନ୍ଦ୍ରଜିତ ସିଂ । ସେ ୨୦୨୧ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଆସିଛନ୍ତି । ସେପଟେ ହରିଆଣା ସିର୍ସାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିଓ୍ବେଟ କୁମାରୀ ଶୈଳଜା । ସେ ଥରେ ରାଜ୍ୟସଭା ସାଂସଦ ଥିଲେ ଏବଂ କେନ୍ଦ୍ର ପର୍ୟ୍ୟଟନ, ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ଥିଲେ । ଶୈଳଜାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅଶୋକ ତନଓ୍ବର । ସେ ସିର୍ସା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦୁଇ ଥର ହାରିଥିଲେ । ୨୦୦୯ରେ ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେଣେ ଉତ୍ତରପ୍ରଦେଶ ଫରିଦାବାଦରୁ ଭାଗ୍ୟ ପରୀକ୍ଷା କରୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ଓ ଶକ୍ତିମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର । ସେ ୨୦୧୪ରେ ବି ଏହି ଆସନରୁ ବିଜୟୀ ହୋଇଥିଲେ । ଗୁର୍ଜରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମହେନ୍ଦର ପ୍ରତାପ ସିଂ ।
ହରିଆଣାରେ ହାଇଭୋଲଟେଜ ଲଢେଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











