ପୁଣେ : ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ ନିକଟସୁ ଡ୍ୟାମ୍ରେ ଡଙ୍ଗା ବୁଡ଼ି ୫ ଜଣଙ୍କ ସଲିଳ ସମାଧ୍ ହୋଇଛି। ଏହି ଘଟଣା ମେ’ ୨୧ ତାରିଖ ବିଳମ୍ବିତ ରାତିରେ ଉଜନୀ ଡ୍ୟାମ୍ରେ ଘଟିଛି । ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ନଦୀରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଣେ ଗ୍ରାମାଞ୍ଚଳ ପୋଲିସ ଅଧିକାରୀ କହିଛନ୍ତି, ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି। ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରାଯାଉଛି। କହି ରଖୁଛୁ, ମେ’ ୨୧ ତାରିଖ ରାତିରେ ପୁଣେର ଉଜନୀ ଡ୍ୟାମ୍ରେ ଏକ ଡଙ୍ଗା ବୁଡ଼ିଯିବାରୁ ଏଥିରେ ଥିବା ୬ ଜଣ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପୋଲିସ କହିଛି ଯେ ଦୁର୍ଘଟଣାସ୍ଥଳରେ ଏନ୍ଡିଆର୍ଆଫ୍ ଓ ଏସ୍ଡିଆରଏଫ୍ ଟିମ୍ ମୁତୟନ ରହି ରେସ୍କ୍ୟୁ ଏବଂ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଏହି ଘଟଣା ସହରଠାରୁ ପାଖାପାଖ୍ ୧୪୦ କିମି ଦୂର ପୁଣେ ଜିଲ୍ଲାରେ ରାତି ସମୟରେ ଘଟିଛି। ତେବେ ଡଙ୍ଗା ବୁଡ଼ିଯିବାର ପ୍ରକୃତ କାରଣ ଏ ପର୍ୟ୍ୟନ୍ତ ଜଣାପଡ଼ି ନାହିଁ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରବଳ ବେଗରେ ପବନ ଏବଂ ବର୍ଷା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ମହାରାଷ୍ଟ୍ର ପୁଣେରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା , ଡଙ୍ଗା ବୁଡି ୫ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











