June 16, 2024 8:33 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ମହାରାଷ୍ଟ୍ର ପୁଣେରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା , ଡଙ୍ଗା ବୁଡି ୫ ମୃତ

Facebook
Twitter
LinkedIn

ପୁଣେ : ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ ନିକଟସୁ ଡ୍ୟାମ୍ରେ ଡଙ୍ଗା ବୁଡ଼ି ୫ ଜଣଙ୍କ ସଲିଳ ସମାଧ୍ ହୋଇଛି। ଏହି ଘଟଣା ମେ’ ୨୧ ତାରିଖ ବିଳମ୍ବିତ ରାତିରେ ଉଜନୀ ଡ୍ୟାମ୍ରେ ଘଟିଛି । ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ନଦୀରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଣେ ଗ୍ରାମାଞ୍ଚଳ ପୋଲିସ ଅଧିକାରୀ କହିଛନ୍ତି, ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି। ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରାଯାଉଛି। କହି ରଖୁଛୁ, ମେ’ ୨୧ ତାରିଖ ରାତିରେ ପୁଣେର ଉଜନୀ ଡ୍ୟାମ୍ରେ ଏକ ଡଙ୍ଗା ବୁଡ଼ିଯିବାରୁ ଏଥିରେ ଥିବା ୬ ଜଣ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପୋଲିସ କହିଛି ଯେ ଦୁର୍ଘଟଣାସ୍ଥଳରେ ଏନ୍ଡିଆର୍ଆଫ୍ ଓ ଏସ୍ଡିଆରଏଫ୍ ଟିମ୍ ମୁତୟନ ରହି ରେସ୍କ୍ୟୁ ଏବଂ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଏହି ଘଟଣା ସହରଠାରୁ ପାଖାପାଖ୍ ୧୪୦ କିମି ଦୂର ପୁଣେ ଜିଲ୍ଲାରେ ରାତି ସମୟରେ ଘଟିଛି। ତେବେ ଡଙ୍ଗା ବୁଡ଼ିଯିବାର ପ୍ରକୃତ କାରଣ ଏ ପର୍ୟ୍ୟନ୍ତ ଜଣାପଡ଼ି ନାହିଁ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରବଳ ବେଗରେ ପବନ ଏବଂ ବର୍ଷା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ADVERTISEMENT
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

ହସ ମନି ମାମଲାରେ ଟ୍ରମ୍ପ ହେଲେ ଦୋଷୀ ସାବ୍ୟସ୍ତ , ହୋଇପାରେ ୪ ବର୍ଷ ଜେଲ

ୱାଶିଂଟନ: ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୩୪ଟି ଆରୋପର ତଦନ୍ତ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

Login