ସମ୍ବଲପୁର : ହନୁମାନ ଜୟନ୍ତୀ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଏ ନେଇ ବିସ୍ତୃତ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର । ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ଫୋର୍ସ ରହିବେ । ନଜର ରଖିବେ ୪୦ ଡ୍ରୋନ ଓ ୬୦୦ ସିସିଟିଭି କ୍ୟାମେରା । ଅସାମାଜିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ରହିଛି । ସୋସିଆଲ ମିଡିଆ ପୋଷ୍ଟ ଉପରେ ରହିବ କଡା ନଜର । ସମ୍ବଲପୁର ଜଗିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ବ୍ୟାପକ ଫୋର୍ସ ମୃତୟନ କରାଯିବ । ହିଟ୍ୱେଭ ପାଇଁ ଓଆରଏସ, ପାଣି ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଅପ୍ରୀତିକର ପରିସ୍ଥିତି ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି କଡା ନିର୍ଦ୍ଦେଶ ଡିଜିପି । ଭିଡ଼କୁ ସାମ୍ନା କରିବାକୁ ଥିବା ପୁଲିସ କର୍ମଚାରୀଙ୍କ ଦେହରେ ବଡ଼ି ଫିଟ୍ କ୍ୟାମେରା ଲଗାଯାଇଛି, ଯାହା ଦ୍ୱାରା ଲୋକଙ୍କ ଆଚରଣ, ଉଚ୍ଚାରଣ ଉପରେ ନଜର ରଖିହେବ ।
Views: 23