ଭୁବନେଶ୍ୱର : ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା । ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଏନେଇ ଗୁରୁବାର ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛି । ବର୍ତ୍ତମାନ ଅନରୋଡ୍ ମୋଡ୍ରେ ଗାଡ଼ି ଗଡ଼ିବ । ସେବା ପ୍ରଦାନକାରୀ କମ୍ପାନୀ ଓ କର୍ମଚାରୀଙ୍କ ବିବାଦ ଯୋଗୁ ସେବା ବ୍ୟାହତ ହୋଇଥିଲା । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ରୋଗୀ । ଏନେଇ କର୍ତ୍ତୃପକ୍ଷ କହିଛନ୍ତି ନିୟମ ଅନୁସାରେ ଅନରୋଡରେ ଗାଡ଼ି ନଚଳାଇଲେ କାର୍ୟ୍ୟାନୁଷ୍ଠାନ ହେବ । ସୂଚନା ଅନୁସାରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କମ୍ପାନୀ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଦରମା ଦେଉଥିବା କର୍ମଚାରୀ ଅଭିଯୋଗ କରିଥିଲେ । ଏହାସହ ବିନା କାରଣରେ ଛଟେଇ କରାଯାଇଥିବା ୯୪ କର୍ମଚାରୀଙ୍କୁ ପୁନର୍ନିଯୁକ୍ତି, ଗ୍ରାଚୁଇଟି ସହ ୫ ତାରିଖ ଭିତରେ ଦରମା, ୧୨ ଘଣ୍ଟା କାମ ପାଇଁ ୧୨ ଘଣ୍ଟାର ଦରମା ଭଳି ବିଭିନ୍ନ ଦାବି ରହିଥିଲା । ଦାବିପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଥିଲା ସଂଘ । ସେପଟେ ପରିଚାଳନା ଦାୟିତ୍ବ ନେଇଥିବା ଜିଭିକେ ସଂସ୍ଥା ମୁଖ୍ୟ କହିଛନ୍ତି ବୈଷୟିକ ସମସ୍ୟା ପାଇଁ ଦରମା ଦେବାରେ ବିଳମ୍ବ ହୋଇଥିଲା। ସମସ୍ୟା ସମାଧାନ ପରେ ଦରମା ପ୍ରଦାନ କରାଯାଇଛି ।
ସ୍ୱାଭାବିକ ହେଲା ଆମ୍ବୁଲାନ୍ସ ସେବା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











