The Ultimate Managed Hosting Platform
ADVERTISEMENT

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ଶୁଣାଣୀ, ଭରଣପୋଷଣ ବେଳେ ଦେଖାଯିବ ଏହି ୮ କଥା

Facebook
Twitter
LinkedIn

ନୂଆଦିଲ୍ଲୀ : ଗତକାଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ଶୁଣାଣୀ କରିଛନ୍ତି । ଶାଶୁଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯ୍ୟାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପୀଉଥିବା ଦର୍ଶାଇ ଏହି ଶୁଣାଣୀ କରିଛନ୍ତି ।
ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଏଣିକି ଭରଷପୋଷଣ ଶୁଣାଣି ବେଳେ ଏହି ନିମ୍ନୋକ୍ତ କଥା ଦେଖାଯିବ।
-ସ୍ୱାମୀ ଏବଂ ସ୍ତ୍ରୀର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି।
-ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା।
-ଉଭୟ ପକ୍ଷର ଯୋଗ୍ୟତା ଏବଂ ରୋଜଗାର।
-ଆୟ ଏବଂ ସମ୍ପତ୍ତିର ଉତ୍ସ।
-ତାଙ୍କ ଶାଶୂଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନଧାରଣ ମାନ।
-ସେ ପରିବାରର ଯତ୍ନ ନେବା ପାଇଁ ଚାକିରି ଛାଡ଼ିଛନ୍ତି କି?
-କାମ କରୁନଥିବା ପତ୍ନୀଙ୍କ ପାଇଁ ଆଇନଗତ ଯୁଦ୍ଧ ପାଇଁ ଯୁକ୍ତିଯୁକ୍ତ ପରିମାଣ।
-ରକ୍ଷଣାବେକ୍ଷଣ ଭତ୍ତା ସହିତ ସ୍ୱାମୀଙ୍କ ଆର୍ଥିକ ସ୍ଥିତି, ରୋଜଗାର ଏବଂ ଅନ୍ୟାନ୍ୟ ଦାୟିତ୍ବ କ’ଣ ହେବ?
ବେଙ୍ଗାଲୁରୁରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ପରେ ଯୌତୁକ ନିଷେଧ ଆଇନର ଅପବ୍ୟବହାରକୁ ନେଇ ଦେଶବ୍ୟାପୀ ଚାଲିଥିବା ବିତର୍କ ମଧ୍ୟରେ ଏହି ଶୁଣାଣି ହୋଇଛି। ଆତ୍ମହତ୍ୟା ପୂର୍ବରୁ ଅତୁଲ ସୁଭାଷ ୮୦ ମିନିଟର ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ତାଙ୍କଠାରୁ ଅଲଗା ହୋଇଯାଇଥିବା ପତ୍ନୀ ନିକିତା ସିଂହାଣିଆ ଓ ତାଙ୍କ ବାପଘର ବିରୋଧରେ ଏକାଧିକ ଅଭିଯୋଗ କରିଥିଲେ। ନିକିତା ଓ ତାଙ୍କ ବାପଘର ଲୋକେ ତାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରିଥିବା ସେ ଅଭିଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login