The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁମାଡ଼ ମାରି ଜୀଅନ୍ତା ପୋତିଦେଲା ପିଶାଚ ସ୍ୱାମୀ

Facebook
Twitter
LinkedIn

କାମାକ୍ଷାନଗର : ପିଶାଚ ସାଜିଲା ସ୍ୱାମୀ । ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ଜିଅନ୍ତା ପୋତିଦେଲା । ଯୌତୁକ ସମସ୍ୟାକୁ ନେଇ ବିବାଦ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ସୂଚନା ଅନୁଯାୟୀ, କାମାକ୍ଷାନଗର ଥାନା ଶିତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସାହୁକୁ ସେହି ଗ୍ରାମର ରଞ୍ଜନ ସାହୁଙ୍କୁ ଦୁଇବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ ଦେଇଥିଲେ।

ବାହାଘର ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ଉଭୟ ପରିବାର ବୁଝାସୁଝା କରି ସମାଧାନ କରିଥିଲେ। କିନ୍ତୁ ରବିବାର ରାତି ପ୍ରାୟ ୯ ଟା ବେଳକୁ ସ୍ୱାମୀ ରଞ୍ଜନ ତା ସ୍ତ୍ରୀ ସୁକାନ୍ତିକୁ ଅତି ଅମାନୁଷିକ ଭାବେ ମାଡ଼ ମାରି ପଛ ପାଖ ବିଲକୁ ଫିଙ୍ଗି ଦେଇଥିଲା। ଏନେଇ ସୁକାନ୍ତିଙ୍କ ବାପା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷ ଅବସ୍ଥାରେ ଝିଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅନଲାଇନରେ ଅବଢା !

ଅନଲାଇନରେ ଅବଢା !

ପୁରୀ : ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ...

Login