ତାମିଲନାଡୁ : ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ସେମାଙ୍କୁପ୍ପମ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆଜି ସକାଳେ ଦେଖିବାକୁ ମିଳିଛି । ସ୍କୁଲ ଭ୍ୟାନ ରେଲୱେ ଟ୍ରାକ୍ ପାର୍ କରୁଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଏହି ଅଘଟଣରେ ୨ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୭.୪୫ ସମୟରେ ରେଲୱେ କ୍ରସିଂ ଗେଟ୍ ଖୋଲା ଥିବାରୁ ସ୍କୁଲ ଭ୍ୟାନ୍ ଡ୍ରାଇଭର ରେଳ ଟ୍ରାକ୍ ପାର ହେବାକୁ ଚେଷ୍ଟା କରିବା ସମୟରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ୫୦ ମିଟର ପର୍ୟ୍ୟନ୍ତ ଟ୍ରେନଟି ସ୍କୁଲ ଭ୍ୟାନକୁ ଟାଣି ନେଇଥିଲା । ଫଳରେ ଦୁର୍ଘଟଣା ସମୟରେ ସ୍କୁଲ ଭ୍ୟାନରେ ଥିବା ୫ଜଣ ପିଲାଙ୍କ ମଧ୍ୟରୁ ୨ଜଣ ପ୍ରାଣ ହରାଇଥିଲେ । ଅନ୍ୟ ୨ଜଣଙ୍କୁ ଆହତ ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Views: 15