ଖୋର୍ଦ୍ଧା : ରାସ୍ତାରେ ଥୁଆ ହୋଇଛି ସ୍କୁଟି , ଗଛରେ ଝୁଲୁଛି ମୃତଦେହ । ଗୈାଡପାଟଣା ଗାଁ ନିକଟରେ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକ ଦ୍ୱୟ ସୁନାଖଳା ଅଞ୍ଚଳର , ଜଙ୍କିଆ ଥାନା ପୋଲିସର ତଦନ୍ତ । ମୃତ ଯୁବକ ସୁନାଖଳାର ଅଜୟ ଏବଂ ଯୁବତୀ ଶାନ୍ତିଲତା ମାହାପାତ୍ର । ଅଜୟ ସୁନାଖଳାରେ ଏକ ଗ୍ୟାରେଜ କରିଥିବାବେଳେ ଶାନ୍ତିଲତା ବିୟୁଟି ପାର୍ଲର କରିଥିଲେ । ତେବେ ଦୁଇ ଜଣଙ୍କୁ କିଏ ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ସ୍କୁଟି ରଖାଯାଇଛି । ଜଙ୍କିଆ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
Views: 16