The Ultimate Managed Hosting Platform
ADVERTISEMENT

ସୋନାକ୍ଷୀଙ୍କ ସହ ସମ୍ପର୍କକୁ ନେଇ ଖୁଲାସା କଲେ ଜହିର !

Facebook
Twitter
LinkedIn

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ବଲିଉଡର ଜଣେ ଦମ୍‌ଦାର ଏବଂ ସୁନ୍ଦର ଅଭିନେତ୍ରୀ। ସେ ତାଙ୍କର ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜର ଅଭିନୟ ବଳରେ ତାଙ୍କର ପରିଚୟକୁ ହାସଲ କରିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସୋସିଆଲ୍‌ ମିଡିଆରେ ପ୍ରତିଦିନ ସେ କିଛି ନା କିଛି ଫଟୋ ଏବଂ ଭିଡିଓ ସେୟାର କରିଥାଆନ୍ତି ।  ସୋନାକ୍ଷୀ ସିହ୍ନାଙ୍କ ନାମ ଜହିର ଇକବାଲଙ୍କ ସହ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛି । ଏନେଇ ଜହିର ଇକବାଲ ନିଜେ ଏହି ଖବର ଉପରେ ମୁହଁ ଖୋଲିଛନ୍ତି।

ଜହିର ଇକବାଲ ଏକ ସାକ୍ଷାତକାର ସମୟରେ ସୋନାକ୍ଷୀ ସିହ୍ନାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଜହିର ଇକବାଲ କହିଛନ୍ତି, ‘ ଏହି ସବୁ ମଜା ମସ୍ତିରୁ ଆରମ୍ଭ ହୋଇଥିଲା। ମୋର ଏବଂ ସୋନାଙ୍କ ସମ୍ପର୍କ ଏକ ପ୍ଲାଟୋନିକ୍‌ ବନ୍ଧୁତା। ସୋନାଙ୍କ ସହ କାମ କରିବା ବହୁତ ଧମାକାଦାର। ସକାଳେ ଉଠିବା ଏବଂ ସବୁଠାରୁ ନିକଟତର ସାଙ୍ଗଙ୍କ ସହ କାମ କରିବା ସବୁଠାରୁ ଭଲ ଅନୁଭୂତି। ସେ ହେଉଛନ୍ତି ପ୍ରତିଭାର ଭଣ୍ଡାର। କାହିଁକି ନା ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି।

କିନ୍ତୁ ଜହିରଙ୍କ ଏହି ବୟାନ ପରେ ଫ୍ୟାନ୍ସମାନେ ଅନ୍ଦାଜ୍ ଲଗାଇ ଦେଇଛନ୍ତି କି ଦୁହେଁ ଆଫେୟାର୍ସ ଚାଲିଛି । ଦୁହେଁ ଏ ବିଷୟରେ ମୁହଁ କୋଲି ନାହାନ୍ତି । କିନ୍ତୁ ସୋନଙ୍କ ବର୍ଥ ଡେ’ରେ ଜହିର ସେୟାର କରିଥିବା ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ସେ କ୍ୟାପସନ୍‌ ଲେଖିଥିଲେ –ଆଇ ଲଭ୍‌ ୟୁ… ଏହା ସହ ନିକଟରେ ଏକ ଡିନର ଡେଟ୍‌ରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ । ଏଥିରୁ ତାଙ୍କ ଫ୍ୟାନ୍ସ ବହୁତ କିଛି ଜାଣି ସାରିଲେଣି । କେବଳ ଦେଖିବାକୁ ବାକି ରହିଲା କେବେ ସେ ସମ୍ପର୍କକୁ ନେଇ କରିବେ କନଫର୍ମ । କହିବାକୁ ଗଲେ ଦୁହେଁ ଡବଲ ଏକ୍ସଏଲ୍‌ ନଜର ଆସିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login