The Ultimate Managed Hosting Platform
ADVERTISEMENT

ସୁବର୍ଣ୍ଣରେଖା ଚୌମୁଖ ଠାରେ ବନ୍ଦର ଦାବି, କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରଙ୍କୁ ଦାବି ପତ୍ର ।

Facebook
Twitter
LinkedIn

ବାଲେଶ୍ୱର,୨ା୮:ରାସ୍ତାକୁ ଓହ୍ଲାଇଲା ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚୌମୁଖ ଠାରେ ପ୍ରତିଷ୍ଠା ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟ ତ୍ୱରାନିତ କରିବା ପାଇଁ କମିଟିର ବିକ୍ଷୋଭ ପ୍ରଦର୍ଶନ ।

ବନ୍ଦର କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛି କ୍ରିୟାନୁଷ୍ଠାନ କମିଟି । ଏନେଇ ବାଲିଆପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛି କ୍ରିୟାନୁଷ୍ଠାନ କମିଟି ।

କମିଟିର ସଭାପତି ବିଧାନ ଜେନାଙ୍କ ନେତୃତ୍ୱରେ ଶତାଧିକ ଯୁବକ ବ୍ଲକ ଛକ ଠାରୁ ଏକ ଶୋଭାଯାତ୍ରାରେ ବ୍ଲକ୍ ଛକ ଠାରୁ ଯାଇ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ôଚ ଏହି ଦାବି ପତ୍ର ପ୍ରଦାନ କରିଥିଲେ । ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ଏହି ବନ୍ଦର ପାଇଁ ଶିଳାନ୍ୟାସ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବନ୍ଦର କାର୍ଯ୍ୟ ତ୍ୱରାନିତ ହୋଇ ପାରି ନାହିଁ ।

ସେପଟେ ଏହି ବନ୍ଦର ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହେବା ସହ ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ପାଇ ପାରିବେ ବୋଲି କହିଛି କମିଟି । ଖୁବ୍ ଶିଘ୍ର ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବାକୁ ଦାବି କରିଛି କମିଟି ।
ରିପୋର୍ଟ ଅଜିତ କୁମାର ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login