ଭୁବନେଶ୍ୱର : ଆମେରିକା-ଚୀନ ଶୁଳ୍କ ଯୁଦ୍ଧ ପ୍ରଭାବରେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି । ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଲଗାତାର ବଢ଼ି ଚାଲିଛି । ବିଶ୍ବ ବଜାରରେ ଦେଖାଦେଇଥିବା ଶୁଳ୍କ ଅସ୍ଥିରତା ଭିତରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ସୁନା । ଚାହିଦା ବୃଦ୍ଧି ସହ ସୁନାର ଦର ପାଖାପାଖି ୧ ଲକ୍ଷ ହେବାକୁ ବସିଲାଣି । ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର ୨୦୦ ଟଙ୍କା ରହିଛି । ଆମେରିକା-ଚୀନ ଶୁଳ୍କ ଯୁଦ୍ଧର ପ୍ରଭାବରେ ସୁନା ସହିତ ରୁପାର ଦାମ ବି ଲଗାତାର ବଢ଼ିବାରେ ଲାଗିଛି । ଆଜି(ଗୁରୁବାର) ରୁପାର ମୂଲ୍ୟ କେଜି ପିଛା ୧ ଲକ୍ଷ ୧୦ ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।
Views: 32