ଉତ୍ତରକାଶୀ : ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ଭିତରକୁ ଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଆଉ କିଛି ସମୟର ଅପେକ୍ଷା ଆସିବ ଭଲ ଖବର । ସୁଡଙ୍ଗ ଭିତରକୁ ଯାଇଛି ଆମ୍ବୁଲାନ୍ସ । ଉଦ୍ଧାରକାରୀ ଟିମ ମଧ୍ୟ ଭିତରକୁ ଯାଇଛନ୍ତି । ଉଦ୍ଧାର ପରେ ଶ୍ରମିକଙ୍କୁ ହସ୍ପିଟାଲକୁ ନିଆଯିବ । ସୁଡଙ୍ଗ ଭିତରେ ଫସିଛନ୍ତି ୪୧ ଶ୍ରମିକ । ସେମାନଙ୍କ ଭିତରେ ଓଡିଶାର ୫ ଜଣ ଶ୍ରମିକ ବି ରହିଛନ୍ତି । ସେପଟେ ଉଦ୍ଧାର ପ୍ରକ୍ରିୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଟ୍ୱିଟ୍ କରି ସେ ଲେଖିଛନ୍ତି, ବାବା ବୌଖ ନାଗ ଜୀଙ୍କ ଆଶୀର୍ବାଦ, କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଶ୍ରମିକଙ୍କୁ ବାହାର କରିବା ପାଇଁ ଟନେଲରେ ପାଇପ୍ ଖଂଜିବା କାମ ଶେଷ ହୋଇଛି । ତେଣୁ ଶୀଘ୍ର ସମସ୍ତ ଶ୍ରମିକଙ୍କୁ ବାହାର ଅଣାଯିବ ବୋଲି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଂଚିବା ଖବର ଆସିବା ପରେ ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି ।
ସୁଡଙ୍ଗରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...