ମୁମ୍ବାଇ : ଷ୍ଟଣ୍ଟ ବେଳେ ସୁଟିଂ ସେଟରେ ଆହତ ହେଲେ ଶାହାରୁଖ ଖାନ । ପ୍ରତ୍ୟେକଟି ସିନରେ ନିଜର ଶତ ପ୍ରତିଶତ ଦେଉଥିବା ଶାହରୁଖ ଏବେ ଆହତ ହୋଇ ଚିକିତ୍ସା ପାଇଁ ଆମେରିକା ଯାଇଥିବା ସୂଚନା ମିଳିଛି । ତାଙ୍କ ଆଗାମୀ ଆକ୍ସନ ଫିଲ୍ମ ‘କିଙ୍ଗ୍ ‘ର ସୁଟିଂ ସମୟରେ ଆହତ ହୋଇଛନ୍ତି ଶାହରୁଖ । ଫଳରେ କିଛି ଦିନ ପାଇଁ ଶାହରୁଖ ଫିଲ୍ମ ସୁର୍ଟଂରୁ ବ୍ରେକ୍ ନେଇଥିବା ଜଣାପଡିଛି । ‘କିଙ୍ଗ’ ଫିଲ୍ମ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଆକ୍ସନ ଥ୍ରୀଲର ଫିଲ୍ମ । ଏଥିରେ ଶାହାରୁଖ ତାଙ୍କ ଝିଅ ସୁହାନାଙ୍କ ସହିତ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ପୂର୍ବରୁ ମଧ୍ୟ ଶାହାରୁଖ ଆକ୍ସନ ଫିଲ୍ମ ସୁଟିଂ ବେଳେ ଏପରି ଆହତ ହୋଇଛନ୍ତି । ମୁମ୍ବାଇର ଗୋଲଡେନ୍ ଟୋବାକୋ ଷ୍ଟୁଡିଓରେ ଆକ୍ସନ ସିକ୍ୱେନ୍ସର ସୁଟିଂ ବେଳେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି । ଆମେରିକାରେ ତାଙ୍କର ସର୍ଜରୀ ପରେ ସେ ମାସେ ବିଶ୍ରାମ ପାଇଁ ସମୟ ନେଇଛନ୍ତି । ଏହା ପରେ ପୁଣି ଥରେ ସୁଟିଂ ଆରମ୍ଭ ହେବ ।
Views: 82