The Ultimate Managed Hosting Platform
ADVERTISEMENT

ସୁଟିଂ ସେଟରେ ଅଘଟଣ, ଷ୍ଟଣ୍ଟ ସିନ୍ ସମୟରେ ଆହାତ ହେଲେ ହିରୋ ଶ୍ରେୟାନ ଓ ହିରୋଇନ୍ ଭୂମିକା

Facebook
Twitter
LinkedIn

ଭୁବନେଶ୍ୱର : ସୁଟିଂ ସେଟରେ ଅଘଟଣ, ଷ୍ଟଣ୍ଟ ସିନ୍ ସମୟରେ ଆହାତ ହେଲେ ହିରୋ ଶ୍ରେୟାନ ଓ ହିରୋଇନ୍ ଭୂମିକା । ନୂଆ ଓଡ଼ିଆ ଫିଲ୍ମର ନାଁ ହେଉଛି ‘ଅପରେସନ ୧୨/୧୭’ା ଏହାର ସୁଟିଂ ଗତକାଲି କଟକ ଆଠଗଡ ଅଞ୍ଚଳରେ ଚାଲିଥିବା ବେଳେ ଘଟିଲା ଗୋଟେ ବଡ଼ ଅଘଟଣ । ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଅଳ୍ପକେରେ ବର୍ତ୍ତିଗଲେ । ନହେଲେ ଜୀବନ ଚାଲି ଯାଇଥାନ୍ତା । ଏଥିଯୋଗୁଁ ବେଶ୍ କିଛି ସମୟ ପାଇଁ ସୁଟିଂ ବନ୍ଦ କରିବାକୁ ପଡିଥିଲା । ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ‘ଅପରେସନ ୧୨/୧୭’ ର ଏକ ଷ୍ଟଣ୍ଟ ସିନ ସୁଟିଂ କାଠଯୋଡି ପାଣି ଭିତରେ ଚାଲିଥିଲା । ଏତିକି ବେଳେ ହଠାତ୍ ନାୟକ ଶ୍ରେୟାନ ନଦୀର ପ୍ରଖର ଶ୍ରୋତରେ ଭାସି ଯାଇଥିଲେ । ହେଲେ ଠିକ୍ ସମୟରେ ଫିଲ୍ମ ୟୁନିଟ୍ର ଅନ୍ୟ ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଙ୍କ ସହାୟତାରେ ଆଶୁ ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ । ଶ୍ରେୟାନ ଭଲ ଭାବରେ ପହଁରିବା ଶିଖିଥିଲେ ମଧ୍ୟ ପାଣିର ପ୍ରଖର ସ୍ରୋତ ତାଙ୍କୁ କିଛି ବାଟ ଟାଣି ନେଇଥିଲା । ଘଟଣା ପରେ ସେ ଡରି ନଯାଇ ପୁଣି ସେଟକୁ ଫେରି ସୁଟିଂ ଆରମ୍ଭ କରିଥିଲେ । ସେହିପରି ନାୟିକା ଭୂମିକା ମଧ୍ୟ ସେଟ୍୍ରେ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା କିନ୍ତୁ ସେ ମଧ୍ୟ ଚିକିତ୍ସା ପରେ ସେଟକୁ ଫେରି ପୁଣି ସୁଟିଂ ଆରମ୍ଭ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login