The Ultimate Managed Hosting Platform
ADVERTISEMENT

ସୁଟିଂ ସମୟରେ ଗୁରୁତର ଆହତ ହେଲେ ଅଭିନେତା ରଣଦୀପ ହୁଡ୍ଡା

Facebook
Twitter
LinkedIn

ମୁମ୍ବାଇ : ଅଭିନେତା ରଣଦୀପ ହୁଡ୍ଡା ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ ପାଇଁ ବେଶ୍ ଜଣାଶୁଣା। ସେ ଯେତେବେଳେ ବି ପରଦାରେ ନଜର ଆସନ୍ତି ଫ୍ୟାନ୍‌ମାନେ ତାଳି ମାରିବାକୁ ବାଧ୍ୟ ହୋଇପଡନ୍ତି। ରଣଦୀପ ନିଜର ଭିନ୍ନ ଭିନ୍ନ ଅଭିନୟ ଯାଦୁରେ ହଜାର ହଜାର ଫ୍ୟାନ୍ସମାନଙ୍କୁ ବାନ୍ଧି ରଖନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କୁ ନେଇ ଆସିଛି ଏକ ବଡ ଖବର। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି।

ରଣଦୀପ ଗତ କିଛି ମାସ ହେଲା ତାଙ୍କ ଅପକମିଂ ଫିଲ୍ମ ‘ଇନ୍‌ସ୍ପେକ୍ଟର ଅଭିନାଶ’ର ସୁଟିଂରେ ବ୍ୟସ୍ତ ଥିଲେ। ସେତେବେଳେ, ଏକ ଆକ୍ସନ ସିନ୍‌ର ଶୁଟିଂ ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଛି। ଭୟଙ୍କର ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୧ ତାରିଖ ରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି। ଏପର୍ଯ୍ୟନ୍ତ ରଣଦୀପ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।


ତେବେ ରଣଦୀପ ଏହା ପୂର୍ବରୁ ୨୦୦୮ରେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏକ ପୋଲୋ ଗେମ୍ ବେଳେ ତାଙ୍କ ଘୋଡା ଖସି ଯାଇଥିଲା ଏବଂ ତାଙ୍କ ଗୋଡ ଉପରେ ପଡିଥିଲା। ଏଥିଯୋଗୁଁ ତାଙ୍କର ସର୍ଜରୀ ପରେ ଗୋଡରେ ପ୍ଲେଟ୍ ଲାଗିଥିଲା। ତେବେ ବର୍ଷକ ଭିତରେ ଏହି ପ୍ଲେଟ ବାହାର କରିବାର ଥିଲା କିନ୍ତୁ ସେ ଦୀର୍ଘ ୧୨ ବର୍ଷ ଯାଏ ଗୋଡରେ ଲାଗିଥିବା ପ୍ଲେଟ୍ ବାହାର କରି ନଥିଲେ। ପରେ ତାଙ୍କ ଗୋଡ ଭିତରେ ଇନ୍‌ଫେକସନ୍ ହୋଇଯାଇଥିଲା। ଏହାପରେ ୨୦୨୦ରେ ତାଙ୍କ ଗୋଡର ପୁଣି ଥରେ ସର୍ଜରୀ କରାଯାଇଥିଲା ବୋଲି ଏକ ସାକ୍ଷାତକାର୍‌ରେ କହିଥିଲେ ରଣଦୀପ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login