ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ । ଛତିଶଗଡ ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । ଏବେବି ଗୁଳି ବିନିମୟ ଜାରି ରହିଛି ।ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ।ଦୀର୍ଘ ୪ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଯାହାପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
Views: 21