The Ultimate Managed Hosting Platform
ADVERTISEMENT

ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଲେବାନନ୍ ରାସ୍ତା ଦେଇ ଭାରତ ପେରୁଥିବା ସୂଚନା । ଏୟାରଲିଫ୍ଟ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା । ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ପରାମର୍ଶ । ସେଠାରୁ ବାଣିଜ୍ୟିକ ବିମାନ ଯୋଗେ ଭାରତ ଫେରିବେ। ଦାମସକସ୍ ଓ ବେରୁଟରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ସିରିଆରେ ସୁରକ୍ଷା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିବା ପରେ ସେଠାରେ ରହୁଥିବା ଭାରତୀୟମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦୂତାବାସ ସହ ଯୋଗାଯୋଗ କରିଥିଲେ । ସିରିଆରେ ଥିବା ଭାରତୀୟମାଙ୍କୁ ତୁରନ୍ତ ପଳାଇ ଆସିବାକୁ ଦୂତାବାସ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ବିଦ୍ରୋହୀମାନେ ଦାମସ୍କସକୁ କବଜା କରିବା ପରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ସେହିପରି ଦୁଇ ଦିନରେ ଇସ୍ରାଏଲ୍ ୩୦୦ରୁ ଅଧିକ ମିଶାଇଲ ମାଡ଼ କରିଛି । ଅସଦ ଶାସନର ବିପଜ୍ଜନକ ଅସ୍ତ୍ର ସିରିଆରେ ବିଦ୍ରୋହୀଙ୍କ ହାତରେ ପଡିପାରେ ଇସ୍ରାଏଲ ଆଶା କରୁଥିବା ବେଳେ ଏଥିରୁ ବର୍ତ୍ତାଇବା ପାଇଁ ସେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ଜାରି ରଖିଛି । ତେବେ ଯଦି ଏହି ଆକ୍ରମଣ ଆଉ କିଛିଦିନ ଲାଗି ରୁହେ ତାହେଲେ ଖୁବ୍ କମ୍ ଦିନ ଭିତରେ ସିରିଆ ବାୟୁସେନା ଧ୍ବସଂ ପାଇଯିବ ବୋଲି କୁହାଯାଇଛି । ଏହାରି ଭିତରେ ଭାରତୀୟକୁ ସିରିଆ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସିରିଆରେ ରହିଛନ୍ତି, ସେମାନଙ୍କୁ ସତର୍କତା ସହ ରହିବା ପାଇଁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login