The Ultimate Managed Hosting Platform
ADVERTISEMENT

ସିଭିୟର ସାଇକ୍ଲୋନିକରେ ପରିଣତ ହେଲା ‘ଶକ୍ତି’ , ଆସନ୍ତାକାଲି ସକାଳେ ଗୁଜୁରାଟ ମୁହାଁ ହେବା ସମ୍ଭାବନା

Facebook
Twitter
LinkedIn

ନୂଆଦିଲ୍ଲୀ : ଆରବ ସାଗରରେ ବାତ୍ୟା ଶକ୍ତି । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ଆରବସାଗରରେ ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି । ଏହା ପଶ୍ଚିମ ଦିଗରେ ଆଗକୁ ଗତି କରୁଛି । ଆଜି ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ଆରବ ସାଗରରେ ପହଞ୍ଚିବ । ଆସନ୍ତାକାଲି ସକାଳେ ଏହା ଗୁଜରାଟ ମୁହାଁ ହେବା ସମ୍ଭାବନା ରହିଛି। ଏହାପରେ ଧୀରେ ଧୀରେ ଏହା ଦୁର୍ବଳ ହେବ । ଆରବ ସାଗରରେ ଏହା ବର୍ଷର ପ୍ରଥମ ବାତ୍ୟା । ବର୍ତ୍ତମାନ ଏହା ଗୁଜରାଟର ଦ୍ବାରକା ଠାରୁ ପଶ୍ଚିମରେ ପ୍ରାୟ ୩ଶହ କିମି ଦୂରରେ ରହିଛି ।ମୁମ୍ବାଇ ଓ କୋଙ୍କଣର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୁମ୍ବାଇ ସହ ମରାଠୱାଡ଼ା ଓ ଉତ୍ତର କୋଙ୍କଣରେ ୮ ତାରିଖ ପର୍ୟ୍ୟନ୍ତ ଭୀଷଣ ବର୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login