ଉମରକୋଟ (ବିଶ୍ୱଜିତ ମଲ୍ଲିକ): ଉମରକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ସିବିଏସଇ ପକ୍ଷରୁ ଦଶମ ପରୀକ୍ଷା ଫଳରେ ସଫଳତା ମିଳିଛି। ଏହି ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ରୀ ଅଭିଲିସା ପାଢୀ ୯୭.୮ ପ୍ରତିଶତ ମାର୍କ ରଖି A1 ଗ୍ରେଡ ରେ ପାସ ହୋଇ ନବରଙ୍ଗପୁର ଜିଲ୍ଲା ଟପର ହୋଇଛନ୍ତି। ଅଭିଲିସା ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅଭିଲିସା ଜଣେ ଉତ୍ତମ ଛାତ୍ରୀ ହୋଇଥିବା ବେଳେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟକୁ ଗୈାରବ ମଣ୍ତିତ କରିଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ମତ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ମାତା ପିତାଙ୍କ ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମନକୁ ଶ୍ରେୟ ଦେଇଛନ୍ତି । ଅଭିଲିସାଙ୍କ ବାପା ସୁନୀଲ ପାଢି ଉମରକୋଟ ବ୍ଳକ କପେନା ପଞ୍ଚାୟତ ଅନ୍ତର୍ଗତ କେଶରୀବେଡା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟରତ ଥିବା ବେଳେ ମାତା ଜଲି ମହାପାତ୍ର ସୁନାବେଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି ।
ସିବଏସ୍ଇ ଦଶମ ପରୀକ୍ଷାରେ ଉମରକୋଟ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅଭିଲିସା ଜିଲ୍ଲା ଟପର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











