ନୂଆଦିଲ୍ଲୀ : କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ସନେ୍ଦହ । ସର୍ଚ୍ଚ ଅପରେସନ ଜାରି । କାଶ୍ମୀରରେ ୪୮ ଘଣ୍ଟା ମଧ୍ୟରେ ୨ୟ ଏନକାଉଣ୍ଟର । ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନଦୀର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ସଂଗଠନର ଆହୁରି ଦୁଇରୁ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ଆଶଙ୍କା କରାଯାଇ ଅପରେସନ ଚାଲିଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଙ୍ଗଳବାର ଶୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଅପରେସନରେ ଲସ୍କର-ଏ-ତୋଇବାର ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି ।
ପୁଲୱାମାରେ ଟଳିଲା ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











