The Ultimate Managed Hosting Platform
ADVERTISEMENT

ସିଡିପିଓଙ୍କର ବିପୁଳ ସମ୍ପତ୍ତି ଠାବ, ୨୨ ଲକ୍ଷ ଜମା

Facebook
Twitter
LinkedIn

କୋରାପୁଟ : କୋରାପୁଟ ଦଶମନ୍ତପୁର ସିଡିପିଓଙ୍କର ବିପୁଳ ସମ୍ପତ୍ତି ଠାବ । କୋରାପୁଟରେ ୨ ମହଲା ଓ ପୁରୀରେ ନିର୍ମାଣଧୀନ କୋଠା ଠାବ । କୋରାପୁଟର ଏକ ଭଡା ଘରୁ ୪୭ ହଜାର ଟଙ୍କା ମିଳିଛି । ୨୨ ଲକ୍ଷର ଜମା ସହ ଏକ୍ସୟୁଭି ଠାବ କଲା ପୁଲିସ । ଭୁବନେଶ୍ୱର ଡୁମୁଡୁମାରେ ସିଡିପିଓ ଶକୁନ୍ତଳା ଦାସଙ୍କ ୩୩୦୦ ବର୍ଗଫୁଟର ତିନି ମହଲା ଘର ରହିଛି । କୋରାପୁଟ ସେମିଳିଗୁଡ଼ାରେ ତାଙ୍କର ଏକ ବାସପଯୋଗୀ ପ୍ଲଟ ଥିବା ଜଣାଯାଇଛି । ଭିଜିଲାନ୍ସ ରେଡ ବେଳେ ନଗଦ ୪୭ ହଜାର ଟଙ୍କା ଜବତ ହୋଇଛି । ୯ ଟି ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ ଟଙ୍କା ରହିଛି ତାହା ଯାଞ୍ଚ କରୁଛି ଭିଜିଲାନ୍ସ । ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ଶକୁନ୍ତଳା ଦାସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login