ଭୁବନେଶ୍ବର : ପୁଣି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଜଣେ ଶିକ୍ଷିତ ମହିଳା ହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନର ଧଜିଆ ଉଡାଉଛନ୍ତି। ଯାହାକୁ ନେଇ ଆଜି ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ।
ଅପରାଜିତା ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଶିଶୁଙ୍କୁ ବ୍ୟବହାର କରୁଛନ୍ତି । ନିର୍ଘାତ ଖରାରେ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇ ବୁଲାଉଛନ୍ତି । ବାରମ୍ବାର ସେ ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ବହୁବାର ଅଭିଯୋଗ ପରେ ବି ଅପରାଜିତା ତାଙ୍କ ଅଭ୍ୟାସ ବଦଳାଉ ନାହାନ୍ତି। ତେଣୁ ତାଙ୍କ ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଦାବି କରିଛି ।
Views: 58