The Ultimate Managed Hosting Platform
ADVERTISEMENT

ସାପ କାମୁଡାରେ ୨ ଭାଇ ମୃତ

Facebook
Twitter
LinkedIn

ଦେବଗଡ : ରାତିରେ ସାପ କାମୁଡାରେ ୨ ଭାଇ ମୃତ । ମୃତ ଦୁଇ ଭାଇ ହେଲେ ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହୋଇଥିବା ସୂଚନା । ଦେବଗଡ ପୈାରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଘଟିଛି ଅଘଟଣ । ଘର ଚଟାଣରେ ଶୋଇଥିବା ବେଳେ କାମୁଡିଲା ଚିତି ସାପ । ପରିବାର ଲୋକ ଦୁଇଜଣଙ୍କୁ ତୁରନ୍ତ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login