ପଟ୍ଟାମୁଣ୍ଡାଇ : ସର୍ଟ ସର୍କିଟ ଯୋଗୁଁ ହୁତୁହୁତୁ ହୋଇ ଜଳିଗଲା ତିନି ବଖରା ଘର । ଜଳି ପୋଡ଼ି ପାଉଁଶ ହୋଇଗଲା ସମସ୍ତ ଦାମୀ ଜିନିଷ ପତ୍ର । ବାସହରା ହୋଇଗଲେ ପରିବାର ଲୋକେ । ଦୁଃଖ ଦୁର୍ଦ୍ଦଶାରେ ଏବେ ୭ ପ୍ରାଣୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ସୁଜୁନପୁର ଗାଁରେ। ସୁଜୁନପୁର ଗାଁର ସୁଦର୍ଶନ ମଳିକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପାଖ ତ୍ରିଲୋଚନ ମଳିକଙ୍କ ରୋଷେଇ ଘରକୁ ନିଆଁ ଲାଗିଥିଲା। ସୁଦର୍ଶନ ମଳିକଙ୍କ ତିନି ବଖରା ନଡ଼ା ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ତ୍ରିଲୋଚନଙ୍କ ରୋଷେଇ ଘର ପୋଡ଼ି ପାଉଁଶ ହୋଇଯାଇଛି । ସେପଟେ ଘର ଭିତରେ ଓ ନାତି ନାତୁଣୀ ଶୋଇଥିଲେ । ଏହି ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା । ଘର ଲୋକ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ । ବାହାରେ ବର୍ଷା ଯେତେ ଜୋର୍ ହେଉଥାଏ ଘର ଭିତରେ ନିଆଁର ମାତ୍ରା ସେତିକି ବଢ଼ି ଚାଲିଥାଏ । ଗାଁ ଲୋକେ ଧାଇଁ ଆସିଥିଲେ ହେଁ, ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘରୁ କୌଣସି ଜିନିଷପତ୍ର ବାହାର କରିପାରିନଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ ପରିବାରର ୩ ବଖରା ଜଳି ପୋଡି ପାଉଁଶ ହୋଇଯାଇଥିଲା । ବାସହରା ଅଗ୍ନି ବିପନ୍ନ ପରିବାରଙ୍କୁ ପ୍ରାଥମିକ ସହାୟତା ସହ ଆବାସ ଯୋଜନାରେ ଖଣ୍ଡେ ବାସଗୃହ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି ଜଣାଇଛନ୍ତି ଗାଁ ଲୋକେ ଓ ସ୍ଥାନୀୟ ଜନ ପ୍ରତିନିଧି ।
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...