The Ultimate Managed Hosting Platform
ADVERTISEMENT

ସରକାରୀ ଜମିରେ ତିଆରି ହୋଇଥିବା ଘର ଭାଙ୍ଗିଲା ରାଜସ୍ବ ବିଭାଗ

Facebook
Twitter
LinkedIn

ଉମରକୋଟ(ବିଶ୍ୱଜିତ ମଲ୍ଲିକ) : ସରକାରୀ ଜମିରେ ନିର୍ମାଣଧୀନ ଘର କରି ନିଜ ଅକ୍ତିଆରରେ ରଖିବା ଉମରକୋଟ ଅଞ୍ଚଳର ଏକ ନିତିଦିନିଆ ଘଟଣା। ଶେଷରେ ଅତିଷ୍ଠ ହୋଇ ଘର ଗୁଡ଼ିକୁ ଭାଙ୍ଗିଲା ରାଜସ୍ବ ବଭାଗ।ସୂଚନା ଅନୁଯାୟୀ ଉମରକୋଟ କଳିଙ୍ଗ ବିଦ୍ୟାଳୟ ପାର୍ଶ୍ୱରେ ଥିବା ସରକାରୀ ଜମିରେ କିଛି ଘର ନିର୍ମାଣ କରାଯାଇଥିଲା । ସୂଚନାପ୍ରକାରେ ଏହି ଜମି ଉମରକୋଟ ତହସିଲଦାର ଉମରକୋଟ କୋର୍ଟ ନାରେ ପଟ୍ଟା ମଧ୍ୟ ଦେଇସାରିଛନ୍ତି। ସେଥିମଧ୍ୟରୁ ୩ଟି ଘରକୁ ଜେସିବି ଲଗାଇ ରାଜସ୍ବ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଉକ୍ତ ସରକାରୀ ଜମିରେ ୫ ଜଣ ଜବରଦଖଲ କରି ୫ଟି କୋଠା ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି। ତେବେ କୋର୍ଟ ପକ୍ଷରୁ ଉମରକୋଟ ତହସିଲଦାରଙ୍କୁ ବାରମ୍ବାର ଜମି ହସ୍ତାନ୍ତର କରିବା ପାଇଁ ଚିଠି ଆସିଥିଲେ ମଧ୍ୟ ଲୋକେ ଜବର ଦଖଲ କରିଥିବା ଯୋଗୁଁ କୋର୍ଟକୁ ଜମି ହସ୍ତାନ୍ତର ହୋଇ ପାରୁନଥିଲା। ଏହି ୫ ଜଣ ଜବରଦଖଲକାରୀଙ୍କୁ ଉମରକୋଟ ତହସିଲ କାର୍ୟ୍ୟାଳୟ ପକ୍ଷରୁ ଉକ୍ତ ଜାଗା ଛାଡ଼ିବା ପାଇଁ ବାରମ୍ବାର ନୋଟିସ ମଧ୍ୟ ଦିଆ ଯାଇଥିଲା। ତେବେ ଏମାନେ ଏହାକୁ କର୍ଣ୍ଣପାତ କରୁନଥିଲେ। ଆଜି ଶେଷରେ ଉମରକୋଟ ତହସିଲଦାର ମାଗବାନ ବାଗ ମାଜିଷ୍ଟ୍ରେଟ କ୍ଷମତାରେ ରହି ଉମରକୋଟ ପୋଲିସର ଉପସ୍ଥିତିରେ ଜେଶିବି ଲଗାଇ ୩ ଟି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି।ତେବେ ଅନ୍ୟ ୨ ଟି ଘରର ମାଲିକ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଠାରୁ ୩ ମାସ ପାଇଁ ଅସ୍ଥାୟୀ ରହିତାଦେଶ ଜାରି କରିଥିବାରୁ ଏହା ଭଙ୍ଗାଯାଇ ପାରିଲା ନାହି। ତେବେ ରହିତାଦେଶ ଉଠିବା ପରେ ଏହାକୁ ମଧ୍ୟ ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଆଜିର ଏହି ଜବତ ଦଖଲ ସମୟରେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ସବ ଇନ୍ସପେକ୍ଟର ସଞ୍ଜୟ ମଣ୍ଡଳ , ଥାନା କର୍ମଚାରୀ ଓ ଆଇଆରବି ପୋଲିସ ଫୋର୍ସ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଉମରକୋଟ ରାଜସ୍ବ ବିଭାଗ ପକ୍ଷରୁ ଏକ ବଡ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯିବ ବୋଲି ବିଶ୍ଵସ୍ଥ ସୂତ୍ରରୁ ଯାହା ସୂଚନା ମିଳୁଛି। ପ୍ରକାଶଥାଉ କି ଉମରକୋଟ ଅଞ୍ଚଳର ଗୋତିଗୁଡାଠୁ ଆରମ୍ଭ କରି ଧୋଡ୍ରା ପର୍ୟ୍ୟନ୍ତ ତଥା ଝରିଗାଁ ରାସ୍ତା ର ଅନେକ ସ୍ଥାନରେ ଜମି ଜବରଦଖଲ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହା କଣ ରାଜସ୍ୱ ବିଭାଗ କୁ ଦେଖାଯାଉନାହିଁ କି ? ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନେକ ସ୍ଥାନରେ ତହସିଲ କାର୍ୟ୍ୟାଳୟ ତରଫରୁ ସୂଚନା ଫଳକ ମଧ୍ୟ ଲାଗିଛି ।ଲୋକେ ଏହାକୁ ମଧ୍ୟ ଅଣଦେଖା କରି ଜମି ଜବରଦଖଲ କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login